ଏବେ ପୁନଃଉଦ୍ଧାର ପାଳିରେ ମା ତାରା ତାରିଣୀ ପୀଠ

View this thread on: d.buzz | hive.blog | peakd.com | ecency.com
·@amanprem·
0.000 HBD
ଏବେ ପୁନଃଉଦ୍ଧାର ପାଳିରେ ମା ତାରା ତାରିଣୀ ପୀଠ
<center>https://atrnews.in/wp-content/uploads/2020/02/khabar-odisha-CM-Naveen-Patnaik-ap-1-1BF29C3E-2EC1-4BA1-818C-42366FFDF538.jpg</center> <br/>ଗଞ୍ଜାମ (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳିର ପୁନଃ ଉଦ୍ଧାର ସହ ଏହାର ସୌନ୍ଦର୍ଯ୍ୟକରଣ ନିମନ୍ତେ ଅଣ୍ଟାଭିଡିଛନ୍ତି । ପ୍ରଥମେ ପୁରୀ ଶ୍ରୀମନ୍ଦିରର ଚତୁପାଶ୍ୱର୍ ୭୫ମିଟର ଉଚ୍ଛେଦ କରିବା ସହ ଏହାର ସୌନ୍ଦର୍ଯ୍ୟକରଣ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଥିବା ବେଳେ ପରେ ପରେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ଓ ଅର୍କକ୍ଷେତ୍ର କୋଣାର୍କ ଉପରେ ରାଜ୍ୟ ସରକାର ନିଜର ଦୃଷ୍ଟି ପକାଇଥିଲେ । ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ମନ୍ଦିର ଓ ବିଭିନ୍ନ ପର୍ଯ୍ୟଟେନ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପ୍ରତି ଅଧିକ ଦୃଷ୍ଟି ଦେଉଛନ୍ତି । ତେବେ ପୁରୀ , କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ପରେ ଏବେ ରାଜ୍ୟସରକାର ସର୍ବପୂରାତନ ଶକ୍ତି ପୀଠ ତାରା ତାରିଣୀ ମନ୍ଦିର ଉପରେ ନିଜର ଶୁଭ ଦୃଷ୍ଟି ପକାଇଛନ୍ତି ।

କିଛିଦିନ ତଳେ ସଚିବ ଭିକେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଇଷ୍ଟ ଦେବୀ ମାଁ ତାରା ତାରିଣୀ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ସମସ୍ତ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସଚିବ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀ ମନ୍ଦିରର ନବକଳେବର ଲାଗି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମାଁ ତାରା ତାରିଣୀଙ୍କ ମନ୍ଦିରର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟ କରଣ ଲାଗି ରୂପରେଖ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ବର୍ଷ ବର୍ଷ ଧରି ଅବହେଳାରେ ପଡିଥିବା ମନ୍ଦିରର ପୁନଃରୁଦ୍ଧାର ପାଇଁ ସରକାରଙ୍କ ପାଖରେ ଦାବି ହୋଇ ଆସୁଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ଦୃଷ୍ଟି ଏହା ଉପରେ ପଡିବା ସହ ଏହାର ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟଗ୍ରହଣ କରାଯାଉଥିବାରୁ ଭକ୍ତଙ୍କ ଭିତରେ ଖୁସୀର ଲହରି ଖେଳିଯାଇଛି ।

ମୁଖ୍ୟମନ୍ତ୍ରୀ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପରେ ଖୁବଶୀଘ୍ର କାମ ତ୍ୱରାନିତ ହେବ ବୋଲି ଜଣାପଡିଛି । ଅର୍କିଟେକଚର ନାରାୟଣ ତ୍ରିପାଠୀ ଙ୍କ ଦ୍ବାରା ପ୍ରସ୍ତୁତ ରୂପରେଖ ମଧ୍ୟରେ ମାଁ ଙ୍କ ପିଠର ସିଂଘ ଦ୍ବାରର ପୁନଃରୁଦ୍ଧାର, ହିଲ ଟପ ସୌନ୍ଦର୍ୟ୍ୟ କରଣ,ମୁଣ୍ଡନ କକ୍ଷ , ପାନୀୟ ଜଳ ବ୍ୟବସ୍ଥା, ପ୍ରସାଦ ମଣ୍ଡପ, ଶୌଚାଳୟ, ଯୋଗ କେନ୍ଦ୍ର, ରେଷ୍ଟ ସେଡ, ,ୱାଚ ଟାୱାର, ପୋଲିସ ଆଉଟ୍ ପୋଷ୍ଟ, ଫାଷ୍ଟ ଏଡ ସେଣ୍ଟର ଭଳି ଅନେକ ବ୍ୟବସ୍ଥା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ସୌନ୍ଦର୍ଯ୍ୟକରଣ ହେବା ଦ୍ୱାରା ଅଧିକ ସଂଖ୍ୟକ ପର୍ଯ୍ୟଟକ ତାରା ତାରିଣୀଙ୍କ ଦର୍ଶନ କରିବାକୁ ଯାଇପାରିବେ ।
👍 , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , ,