ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡିର ୪ ପ୍ରାର୍ଥୀ

View this thread on: d.buzz | hive.blog | peakd.com | ecency.com
·@amanprem·
0.000 HBD
ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡିର ୪ ପ୍ରାର୍ଥୀ
<center>https://atrnews.in/wp-content/uploads/2020/03/bjd.jpg</center> <br/>ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡିର ୪ ପ୍ରାର୍ଥୀ । ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର, ମମତା ମହାନ୍ତଙ୍କୁ ପାର୍ଥୀ କରିଛି । ନାମାଙ୍କନ ପତ୍ର ଦାଖଲ ନିମନ୍ତେ ପ୍ରାର୍ଥୀମାନେ ବିଧାନସଭାର ନୂଆ କନଭେସନ ହଲରେ ରାଜ୍ୟସଭା ନିର୍ବାଚନ ଅଧିକାରୀଙ୍କ ଭେଟି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ନେତା ଓ ମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ସୁବାସ ସିଂଙ୍କ ପାଇଁ ପ୍ରସ୍ତାବକ ହେବା ନେଇ ସୂଚନା ମିଳୁଛି । ଅନ୍ୟପଟେ ବିଜେପି ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନା’ ଘୋଷଣା କରିନଥିବା ବେଳେ ୧୩ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ତେବେ ଯଦି ବିଜେପି ପ୍ରାର୍ଥୀ ନଦିଏ ତେବେ ବିଜେଡିର ସମସ୍ତ ୪ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ରାଜ୍ୟସଭା ପାଇଁ ନିର୍ବାଚିତ ହେବେ । ଆସନ୍ତା ୨୬ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ହେବ ଓ ସଂନ୍ଧ୍ୟାରେ ହିଁ ଫଳ ପ୍ରକାଶ ପାଇବ । ରାଜ୍ୟସଭାରେ ୧୭ଟି ରାଜ୍ୟର ୫୫ଟି ଆସନ ଖାଲି ପଡିଥିବା ବେଳେ ଓଡିଶାର ୪ଟି ଆସନ ରହିଛି ।
👍 , , , , , , , , , , , , , , , , , , , , , ,