ସହଜରେ ଘରେ ବନାନ୍ତୁ ନଡିଆ ଫ୍ଲେବର ପାସ୍ତା
atrnews-lifestylecookingpasta·@mujaffa131·
0.000 HBDସହଜରେ ଘରେ ବନାନ୍ତୁ ନଡିଆ ଫ୍ଲେବର ପାସ୍ତା
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାସ୍ତା । ଏହାକୁ ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଖାସ୍ କରି ପାସ୍ତା ପ୍ରିୟ ବ୍ୟକ୍ତି ଭିନ୍ନ ଭିନ୍ନ ଫ୍ଲେବର୍ସର ପାସ୍ତା ଚାଖିବାକୁ ମନ କରିଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ନଡିଆ ଫ୍ଲେବର ପାସ୍ତା ବିଷୟରେ । ତେବେ ଆସନ୍ତୁ ଜାଣିବା ।.. ପାସ୍ତା ବନେଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ: ୨ କପ ସିଝା ପାସ୍ତା ୨ କପ ନଡିଆ ରସ ୩ ଚାମଚ ସୁଜିର ମଇଦା ୧ ଚାମଚ ଅଦା-ରସୁଣ ପେଷ୍ଟ ୧ ପିଆଜ (କଟା) ସ୍ୱାଦଅନୁସାରେ ଲୁଣ, ଚିଲିଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ ବଟର ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଗ୍ୟାସରେ ପ୍ୟାନ ବସାଇ ସେଥିରେ ବଟର ପକାନ୍ତୁ । ସେଥିରେ ସୁଜିର ମଇଦା ପକାଇ ଭାଜନ୍ତୁ । ଏହାପରେ ସେଥିରେ ନଡିଆ ରସ ପକେଇ ଫୁଟାଇବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଆଉ ଏକ ପ୍ୟାନରେ କଟା ହୋଇଥିବା ପିଆଜ ପକାଇ କିଛି ସମୟ ଭାଜିବା ପରେ ଅଦା-ରସୁଣ ପେଷ୍ଟ ପକାଇ କିଛି ସମୟ ଘାଣ୍ଟନ୍ତୁ । ଏହାପରେ ସେଥିରେ ସିଝା ପାସ୍ତା ଏବଂ ନଡିଆ ରସରେ ହୋଇଥିବା ସସ୍ କୁ ପକାନ୍ତୁ । ସେଥିରେ ଲୁଣ, ଚିଲ୍ିଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ ଆଦି ପକାଇ ଗୋଟେ ମିନିଟ ପାଇଁ ଘାଣ୍ଟନ୍ତୁ । ଏହାପରେ ଗରମ ଗରମ ପାସ୍ତା ପରସନ୍ତୁ ।
👍